The Topmost

“The eyes believe themselves, the ears believe other people.”

ଟିଭି-ଡି୧ର ସଫଳ ପରୀକ୍ଷଣ କଲା ଇସ୍ରୋ

ଗଗନଯାନ ମିଶନ କ୍ରୁ ମଡ୍ୟୁଲର ହେଲା ପରୀକ୍ଷଣ । ଟିଭି-ଡି୧ର ସଫଳ ପରୀକ୍ଷଣ କଲା ଇସ୍ରୋ । ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ପୂର୍ବରୁ ଆଜି ସକାଳ ୮ଟା ୪୫ରେ ଏହାର ପରୀକ୍ଷଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇ ସାରିଥିଲା । ଏପରିକି କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ପରୀକ୍ଷଣର ୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନ ପରୀକ୍ଷଣକୁ ସ୍ଥଗିତ କରାଯାଇଥିଲା । ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷଣ ପୂର୍ବରୁ ତ୍ରୁଟି ଦେଖାଦେଇଥିଲା । କ୍ରୁ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକାଶକୁ ଯିବା ପାଇଁ ନିର୍ମାଣ କରାଯାଇଛି ତାହାର ପରୀକ୍ଷା ହେବାର ଥିଲା । ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବାର ଥିଲା । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ କରାଯାଇଥିଲା । ତେବେ କଣ ତ୍ରୁଟି ରହିଛି ତାହାକୁ ନୀରିକ୍ଷଣ କରିବା ସହ ଏହାର ସମାଧାନ କରିବା ପରେ ଏବେ ପୁଣିଥରେ କ୍ରୁ ମଡ୍ୟୁଲର ପରୀକ୍ଷଣ କରାଯାଇଛି ।