ଗୁଜୁରାଟରେ ବିଜେପିକୁ ବଡ ଝଟକା । ଟିକେଟ ନମିଳିବାରୁ ବିଧାୟକ ମଧୁ ଶ୍ରୀବାସ୍ତବଙ୍କ ସମେତ ୪ଜଣ ପୂର୍ବ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏମାନେ ଦଳରୁ ବାହାରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଧମକ ଦେଇଛନ୍ତି । ବିଜେପିର ପୂର୍ବତନ ବିଧାୟକ ତଥା ପାର୍ଟିର ଜଣାଶୁଣା ନେତା ହର୍ଷଦ ବସାବା ଶୁକ୍ରବାର ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ସନ୍ଦୋଦ୍ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବସାବା ଗୁଜୁରାଟ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ