ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ରବିବାର ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସତ୍ୟନଙ୍କୁ ତୁରନ୍ତ ମୁର୍ସିଦାବାଦ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟନ ପ୍ରଥମେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କର ଅତି ନିକଟତର ଥିଲେ । ପରେ ସେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ଏବେ କିଛିଦିନ ତଳେ ଟିଏମସି ସହ ସତ୍ୟନଙ୍କର ସଂପର୍କ ଠିକ୍ ନ ଥିଲା । ଏସବୁ ଭିତରେ ସତ୍ୟନକୁ କିଏ ଓ କାହିଁକି ହତ୍ୟା କଲା ତା ଉପରେ ତଦନ୍ତ କରୁଛି ସ୍ଥାନୀୟ ପୋଲିସ
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ