The Topmost

“The eyes believe themselves, the ears believe other people.”

ଟିଏମସିର ବୈଠକରେ ସାମିଲ ହେବେନି ତେଲେଙ୍ଗାନା ଟିଆରଏସ ଓ ଆପ୍

ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡକାଇଥିବା ବିରୋଧୀ ଦଳମାନଙ୍କର ବୈଠକରେ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ଏବଂ ‘ଆମ୍‌ ଆଦ୍‌ମି ପାର୍ଟି’ (ଆପ୍‌) ଯୋଗ ଦେବେନାହିଁ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।ସୂତ୍ର ଅନୁସାରେ, ‘ଟିଆର୍‌ଏସ୍‌’ କଂଗ୍ରେସ ସହିତ ଗୋଟିଏ ମଞ୍ଚରେ ବସିବାକୁ ଅନିଚ୍ଛୁକ। ସେହିପରି, ବୈଠକରେ ଯୋଗ ନ ଦେବାକୁ କହି, ‘ଆପ୍‌’ କହିଛି, ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ସରିଲେ ଯାଇ ବିରୋଧୀ ଦଳଙ୍କ କଥା ବିଚାରକୁ ନିଆଯିବ।


‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ଉଭୟ ‘ତୃଣମୂଳ କଂଗ୍ରେସ’ ଏବଂ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଏକତ୍ର ହୋଇଥିଲେ ବି ଆଜିର ସଭାରେ କଂଗ୍ରେସର ଉପସ୍ଥିତିକୁ ‘ଟିଆର୍‌ଏସ୍‌’ ସହ୍ୟ କରି ପାରୁନାହିଁ। କଂଗ୍ରେସକୁ ଆମନ୍ତ୍ରଣ କରାଯାଇଥିବାରୁ ‘ଟିଆର୍‌ଏସ୍‌’ ଘୋର ଆପତ୍ତି ଉଠାଇ ଏକ ବିବୃତିରେ କହିଛି, କଂଗ୍ରେସ ସହିତ କୌଣସି ବୈଠକରେ ସାମିଲ ହେବେନି ।
ସୂଚନାଯୋଗ୍ୟ, ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ରଣକୌଶଳ ନିର୍ଦ୍ଧାରଣ କରିବା ଲାଗି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଦ୍ବାରା ଆହୂତ ବୈଠକରେ ବିରୋଧୀ ଦଳର ନେତୃବୃନ୍ଦ ଯୋଗ ଦେବାକୁ ବାହାରିଛନ୍ତି।


ମଙ୍ଗଳବାର ଦିନ ଦିଲ୍ଲୀରେ ଅବତରଣ କରିବା ପରେ ମମତା ବାନାର୍ଜୀ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର ମୁଖ୍ୟ ଶରଦ ପୱାର୍‌ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହେବା ପାଇଁ ବାନାର୍ଜୀ ତାଙ୍କୁ ସାକ୍ଷାତ ସମୟରେ କହିଥିଲେ। କିନ୍ତୁ, ରାଜନୀତିରେ ନିଷ୍କ୍ରିୟ ରହିବ‌େ କହି ସେ ମମତାଙ୍କ ପ୍ରସ୍ତାବକୁ ସ୍ବୀକାର କରି ନ ଥିଲେ।https://thetopmost.in/TOPMOST%20UPDATE/delhi-cm-kejriwal/

https://thetopmost.in/TOPMOST%20UPDATE/jk-budget-in-parliament-today/