() ଜମ୍ମୁ-କାଶ୍ମୀରରେ ଚରମସୀମାରେ ପହଞ୍ଚିଛି ଟାର୍ଗେଟ୍ କିଲିଂ । ଦୈନିକ କେଉଁଠି ନା କେଉଁଠି ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ଏସବୁ ଭିତରେ ସରକାର କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି । ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଚାକିରି କରୁଥିବା କାଶ୍ମୀର ପଣ୍ଡିତମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ ଶ୍ରୀନଗର ମୁଖ୍ୟ ଶିକ୍ଷାଧିକାରୀଙ୍କ ତରଫରୁ ଜାରି କରାଯାଇଥିବା ଚିଠିରୁ ଏହି ସୂଚନା ମିଳିଛି ।
ସୂଚନା ମୁତାବକ ଘାଟିରୁ ୧୭୭ ଜଣ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏଭଳି ଘଟଣାକୁ ଦେଖି ଶହ ଶହ କାଶ୍ମୀର ପଣ୍ଡିତ ଘାଟି ଛାଡି ଅନ୍ୟଆଡେ ପଳାୟନ କରୁଛନ୍ତି । ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଗତକାଲି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଟାର୍ଗେଟ୍ କିଲିଂକୁ ନେଇ କାଶ୍ମୀର ପଣ୍ଡିତମାନେ ରାସ୍ତା ଉପରେ ମଧ୍ୟ ବିକ୍ଷୋଭ ଜାରି ରଖିଛନ୍ତି ।
https://thetopmost.in/how-to-apply-sunscreen-lotion-to-your-face/
https://thetopmost.in/an-artificial-eye-can-see-everything-for-a-blind-person/
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ