ଆଣ୍ଟଲାଣ୍ଟିକ ମହାସାଗରରେ ଟୁରିଷ୍ଟ ଜାହାଜ ନିଖୋଜ । ଟାଇଟାନିକ ଦେଖିବାକୁ ଯାଇଥିବା ଏକ ଛୋଟ ବୁଡ଼ା ଜାହାଜ ନିଖୋଜ ହୋଇଯାଇଛି । ଜାହାଜର ପତ୍ତା ମିଳୁ ନଥିବା ବେଳେ କେଉଁ ସ୍ଥାନରୁ ଜାହାଜ ଗାଏବ ହୋଇଛି ତାହା ମଧ୍ୟ ଜଣାପଡ଼ିନି । ସେଥିରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୫ଜଣ ଯାତ୍ରୀ ଅଛନ୍ତି । ଜାହାଜକୁ ଟ୍ରାକ କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ସେମାନଙ୍କୁ ଟ୍ରାକ କରିବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଜାହାଜ ନିର୍ମାଣକାରୀ କମ୍ପାନୀ ପକ୍ଷରୁ କୁହାଯାଉଛି । ବୁଡ଼ାଜାହାଜରେ ଯେତିକି ଅମ୍ଳଜାନ ଅଛି ତାହା ବ୍ୟବହାର କରି ସେଥିରେ ଥିବା ଲୋକମାନେ ୭୦ରୁ ୯୬ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଯାଇପାରିବେ । ଅଧିକ ଡେରି ହେଲେ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ ନାହିଁ । ୨୧ ଫୁଟର ବୁଡ଼ାଜାହାଜରେ ସର୍ବାଧିକ ଚାରିଦିନ ଅମ୍ଳଜାନ ଯୋଗାଇବାର କ୍ଷମତା ରହିଛି ବୋଲି ଉଦ୍ଧାରକାରୀ ଦଳର ମୁଖ୍ୟ କହିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ