ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ପରେ ଏବେ ଗ୍ରାହକ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି । ଅନ୍ୟପଟେ ଦର ବୃଦ୍ଧି ପଛରେ ରୋଗପୋକ ବୋଲି ବ୍ୟବସାୟୀ କହିଛନ୍ତି । ତରକାରୀ, ଡାଲମାକୁ ସୁଆଦିଆ କରୁଥିବା ଟମାଟୋର ଦର ଶୁଣି ଏବେ ଡର ଲାଗୁଛି । ସପ୍ତାହେ ତଳେ ମାତ୍ର ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଦର ଏବେ ଶହେ ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । କଟକରେ ଟମାଟୋ ୮୦ ଟଙ୍କା ଛୁଇଁଛି । ଅଚାନକ ଟମାଟୋ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି । ଟମାଟୋ ଦର ବୃଦ୍ଧି କେବଳ ଖାଉଟିଙ୍କ ଉପରେ ପଡିଛି ତାହା ନୁହେଁ, ବ୍ୟବସାୟୀଙ୍କୁ ବି ପ୍ରଭାବିତ କରିଛି । ଆଗରୁ ଯେତିକି ବିକ୍ରି ହେଉଥିଲା, ସେମିତି ଆଉ ବିକ୍ରି ହେଉନଥିବା କହିଛନ୍ତି ବ୍ୟବସାୟୀ । ତେବେ ଚଢ଼ା ଦାମରେ କିଣୁଥିବାରୁ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି ପରିବା ବ୍ୟବସାୟୀ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି