The Topmost

“The eyes believe themselves, the ears believe other people.”

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବ ‘ଦକ୍ଷ’

ଉତ୍ତରକାଶୀରେ ଟନେଲ ଦୁର୍ଘଟଣାରେ ଏବେ ବି ଫସି ରହିଛନ୍ତି ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରସୋରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଡ ବଡ ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ରୋବଟ୍ ଦ୍ୱାରା ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଯୋଜନା କରାଯାଉଛି । କୁହାଯାଉଛି ୨୪ରୁ ୪୮ଘଣ୍ଟା ମଧ୍ୟରେ ଖୁସି ଖବର ମିଳିପାରେ । ଆଜକୁ ୧୧ଦିନ ହେବ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅହରହ ଚେଷ୍ଟା ଜାରି ରହିଛି । ଏହାରି ଭିତରେ ପାଇପ୍ ଯୋଗେ ଶ୍ରମିକଙ୍କ ପାଖରେ ଖାଦ୍ୟ ଓ ପାଣି ପହଞ୍ଚାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବଡ ସଫଳତା ମିଳିପାରିନାହିଁ । କିନ୍ତୁ ବର୍ତ୍ତମାନ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବ ‘ଦକ୍ଷ’ । ‘ଦକ୍ଷ’ ନାଁ ଶୁଣି ଆପଣ କୌଣସି ମଣିଷ କଥା ଭାବୁଥିବେ । କିନ୍ତୁ ‘ଦକ୍ଷ’ କୌଣସି ମଣିଷ ନୁହେଁ । ‘ଦକ୍ଷ’ ହେଉଛି ଡିଆରଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରୋବଟ୍ । ‘ଦକ୍ଷ’ ଓ ‘ଦକ୍ଷ’ର ଛୋଟ ଭର୍ଜନ ‘ଦକ୍ଷ’ ସ୍କାଉଟକୁ ନେଇ ଉତ୍ତରକାଶୀରେ ଡିଆରଡିଓର ଟିମ୍ ପହଞ୍ଚିଛନ୍ତି । ‘ଦକ୍ଷ’କୁ ଏଭଳି ଭାବେ ଡିଜାଇନ୍ କରାଯାଇଛି କି, ‘ଦକ୍ଷ’ ଆବଡାଖାବଡା ରାସ୍ତାରେ ବି ଚାଲି ପାରିବ । ବର୍ତ୍ତମାନ୍ ଉଦ୍ଧାରକାରୀ ଟିମଙ୍କର ଗୋଟିଏ ଲକ୍ଷ ରହିଛି । ଯେତେଶୀଘ୍ର ସମ୍ଭବ ଶ୍ରମିକଙ୍କୁ ଟନେଲରୁ ଉଦ୍ଧାର କରିବା । ଆଉ ଏହି କ୍ଷେତ୍ରରେ ଟିମ ପାଇଁ ସହାୟକ ହେବ ‘ଦକ୍ଷ’ ।