ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଘଟଣାକୁ ୧୨ ଦିନ ବିତି ସାରିଥିଲେ ମଧ୍ୟ ଏବେବି ପୋଲିସ ହାତ ଖାଲି । ସେପଟେ ଝିଅକୁ ନ୍ୟାୟ ଦେବା ଦାବିରେ ଧାରଣା ଜାରି ରଖିଛନ୍ତି ରୁଚିକାଙ୍କ ମାଆ । ଗତକାଲି ରୁଚିକାଙ୍କ ଏକାଦଶ ଶୁଦ୍ଧି କ୍ରିୟା ପାଇଁ ଗାଁକୁ ଯାଇଥିଲେ ରୁଚିକାଙ୍କ ମାଆ । ଆଜି ପୁଣି ଭୁବନେଶ୍ବର ଫେରି ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ଏହାସହ ନବନିର୍ମାଣ ଛାତ୍ର ସଂଘଠନ ସଭାପତି ମହ୍ମଦ ଅନବର ଅଲି ମଧ୍ୟ ଅନଶନ ଜାରି ରଖିଛନ୍ତି । ରୁଚିକା ମୃତ୍ୟୁ ପାଇଁ ଦାୟୀ ଥିବା ସିନିୟରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ରୁଚିକାଙ୍କ ମାଆ । ଏହା ସହ କଲେଜ ପ୍ରିନ୍ସିପାଲ, ହଷ୍ଟେଲ ଓ୍ୱାଡେନ୍ ସସପେଣ୍ଡ କରିବା ପାଇଁ ଦାବି କରିଛନ୍ତି । କଲେଜ ଓ ହଷ୍ଟେଲ ଓ୍ବାଡେନଙ୍କ ଅବହେଳା ଯୋଗୁଁ ରୁଚିକା ପ୍ରାଣ ହରାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ