ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ନରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏହାପରେ ଆହୁରି ଜମିବ ପ୍ରଚାର । ଗ୍ରାଉଣ୍ଡରେ କ୍ୟାମ୍ପେନକୁ ଜୋରଦାର କରିବେ ସବୁ ଦଳ । ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଏବେ ପ୍ରଚାରରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଗତକାଲି ବିଜେପିର ଷ୍ଟାର ପ୍ରଚାରକ ତଥା ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପ୍ରାର୍ଥୀ ଥିବା ତ୍ରିନାଥ ଗୁଆଲ ବିଜେଡିରେ ମିଶିବା ପରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ବିଜେପି ଉପନିର୍ବାଚନରେ ଯେଉଁଭଳି ଭାବେ ଦୀପାଳିଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ ଓ କୁତ୍ସାରଟନା କରୁଛି ସେଥିରେ ମର୍ମାହତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ତ୍ରିନାଥ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ହେଉଥିବା ସାମଗ୍ରିକ ବିକାଶରେ ସେ ଅନୁପ୍ରାଣିତ ହୋଇଥିବା କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା