ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସଙ୍କ ମନ କଥା ଜାଣିବାକୁ ଝାରସୁଗୁଡାରେ ଏସସିବିର ୪ ଜଣିଆ ମନସ୍ତତ୍ୱବିତ୍ । ଗୋପାଳର ମାନସିକ ସ୍ଥିତି ଜାଣିବାକୁ ମେଡିକାଲ ବୋର୍ଡ ଗଠନ ହୋଇଛି । ଏବେ ଏହି ଟିମ୍ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । ଅଭିଯୁକ୍ତ ଗୁଳି କରିବା ପରେ ତାଙ୍କ ପରିବାର ଲୋକେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିବା କଥା କହିଥିଲେ । ଏମିତିକି ଗୋପାଳ ଚିକିତ୍ସିତ ହେଉଥିବା ଡାକ୍ତର ମଧ୍ୟ ତାଙ୍କର ମାନସିକ ଅବସ୍ଥା ଠିକ୍ ରହୁନଥିବା କଥା କହିଥିଲେ । ଏହାପରେ ତଦନ୍ତ ବେଳେ ମାନସିକ ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ନିକଟରେ ପୋଲିସ ଡିଜି ମଧ୍ୟ କହିଥିଲେ ଗୁଳି ମାଡ ବେଳେ ଗୋପାଳଙ୍କ ମାନସିକ ସ୍ଥିତି କଣ ଥିଲା ଜାଣିବାକୁ ଚେଷ୍ଟା କରାଯାଉଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା