ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ଏହାପୂର୍ବରୁ ହୋଇଛି ମକ୍ ପୋଲ୍ । ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦ ହଜାର ୩୨୦ ପୁରୁଷ ଭୋଟର ରହିଥିବାବେଳେ ମହିଳା ଭୋଟର ଅଛନ୍ତି ୧ ଲକ୍ଷ ୧୦ ହଜାର ୬୮୭ ଏବଂ ୬୩ ଜଣ ଟ୍ରାନସଜେଣ୍ଡର ଭୋଟର ଅଛନ୍ତି । ତେବେ ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି । ୨୫୩ଟି ବୁଥରୁ ୧୪୪ଟି ବୁଥ୍ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ରହିଥିବାବେଳେ ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି । ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ । ସେପଟେ ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୫ଟି ମୋବାଇଲ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ନିୟୋଜିତ ବିଭିନ୍ନ ଗାଡ଼ିରେ ଜିପିଏସ୍ ଲଗାଯାଇଛି । କିଛି ଅଘଟଣ ଘଟିଲେ ୧୦-୧୫ ମିନିଟରେ ପୋଲିସ ପହଞ୍ଚିବ । ଏହାସହ ଜିଲ୍ଲାର ସବୁ ସୀମାକୁ ସିଲ୍ କରି ୧୭ଟି ସ୍ଥାନରେ କରାଯାଉଛି ଯାଞ୍ଚ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି