ଜୟରାମ ରମେଶଙ୍କ ବଡ ଘୋଷଣା । ଜାନୁଆରୀ ୨୬ ରୁ କଂଗ୍ରେସ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ପୁଣି ଏକ ନୂଆ ଯାତ୍ରା । ଯାହାର ନାମ ରହିଛି ‘ହାତରେ ହାତ ଯୋଡ’ ଯାତ୍ରା । ଏହି ଯାତ୍ରା ୩ ଟି ସ୍ତରରେ ହେବ । ଯଥା ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ଯାତ୍ରା କରାଯିବ । ପ୍ରଥମେ ବ୍ଲକ ପରେ ଜିଲ୍ଲା ଓ ଶେଷରେ ରାଜ୍ୟ ସ୍ତରରେ ଅଧିବେଶନ କରାଯିବ । ଏହି ଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭାଗ ନେବେ ବୋଲି ଜୟରାମ ରମେଶ ସୂଚନା ଦେଇଛନ୍ତି । ଏହାସହ ଦଳ ତରଫରୁ ଛତିଶଗଡର ରାୟପୁର ଠାରେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ୩ ଦିନିଆ ଯୋଜନା ଶେସନ କରାଯିବ । ଏଥିରେ ବେରୋଜଗାରୀ ଓ ଆର୍ଥକ ସମସ୍ୟା ଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ସେପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ୮୮ ଦିନରେ ପହଞ୍ଚିଛି । ଏହାକୁ ଚାରିଆଡୁ ଜନସମର୍ଥନ ମିଳୁଥିବା ବେଳେ ବିଭିନ୍ନ ବର୍ଗର ଲୋକ ରାହୁଲଙ୍କ ସହ ପାଦରେ ପାଦ ମିଳାଇ ଚାଲୁଥିବାର ଦେଖିବାକୁ ମିଳିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ