ସୌରମଣ୍ଡଳରେ ଅନେକ ରହସ୍ୟମୟ ତଥ୍ୟ ଲୁଚି ରହିଛି। ବିଜ୍ଞାନର ଅଗ୍ରଗତି ଧୀରେ ଧୀରେ ଏସବୁ ରହସ୍ୟ ଉପରୁ ପରଦା ହଟାଉଛି। ଏହାରି ମଧ୍ୟରେ ନିକଟରେ ଆଉ ଏକ ଅନୁସନ୍ଧାନ ସୌର ଜଗତର କେନ୍ଦ୍ର କୁହାଯାଉଥିବା ସୂର୍ଯ୍ୟ ବାବଦରେ ରୋଚକ ତଥ୍ୟ ଉନ୍ମୋଚନ କରିଛି। ସୂର୍ଯ୍ୟ ବାବଦରେ ଆମର ପୂର୍ବ ଧାରଣା ଭୁଲ୍ ବୋଲି ଏହି ଅନୁସନ୍ଧାନ ଦର୍ଶାଉଛି । ଜ୍ୟୋତିର୍ବିଜ୍ଞାନୀଙ୍କ ଏକ ଟିମ୍ ପ୍ରମାଣ ପାଇଛନ୍ତି ଯେ, ସୂର୍ଯ୍ୟ ଆକାରକୁ ନେଇ ଆମ ମଧ୍ୟରେ ରହିଥିବା ପୂର୍ବ ଧାରଣା ତୁଳନାରେ ତାହା ଛୋଟ ହୋଇପାରେ। ପୂର୍ବ ଅନୁସନ୍ଧାନରେ ସୂର୍ଯ୍ୟଙ୍କ ବ୍ୟାସାର୍ଦ୍ଧ ଯାହା ରହିଥିଲା, ସେ ତୁଳନାରେ କିଛି ପ୍ରତିଶତ ଛୋଟ ବୋଲି ବିଶ୍ୱାସ କରାଯାଏ। ଯଦିଓ ଏହା ଅମୂଳକ ମନେହୁଏ, ତଥାପି ଆମ ଗ୍ରହରେ ଜୀବସତ୍ତା ତିଷ୍ଠିଥିବା ସୂର୍ଯ୍ୟଙ୍କ ବିଷୟରେ ବୈଜ୍ଞାନିକ ବୁଝାମଣାକୁ ଯଥେଷ୍ଟ ପରିବର୍ତ୍ତନ କରିପାରେ ବୋଲି ରିସର୍ଚ୍ଚ ପେପରରେ ଉଲ୍ଲେଖ କରାଯାଇଛି।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍