ବାରଣାସୀ ଜ୍ଞାନବାପୀ ମସଜିଦର ସାଇନଟିଫିକ୍ ସର୍ଭେ ଆରମ୍ଭ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏହି ସର୍ଭେ ଆରମ୍ଭ କରିଛି । ଏଏସଆଇ ଟିମ୍ ଆଜି ସକାଳ ୭ଟାରେ ଏଥିପାଇଁ ଜ୍ଞାନବାପୀ ମସଜିଦ ପରିସରରେ ପହଂଚିଥିଲା । ଏଏସଆଇର ୩୦ ଜଣିଆ ଟିମ ସର୍ବେକ୍ଷଣ ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଯେଉଁଥିରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ କରାଯାଇଛି । ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରୁଛନ୍ତି । ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଛି । ପୂର୍ବରୁ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା