ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ ପୁରୀର ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନିରଥର ପାଞ୍ଚ ଦଣ୍ଡା କାମ ବି ସରିବା ଉପରେ । ଏଥିସହ ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ୱିତୀୟ ଭୂଇଁ ନିର୍ମାଣ ପାଇଁ ଚଉପଟ ଭୂଇଁ ଖମ୍ବ ଯୋଗାଇଛନ୍ତି ଭୋଇ ସେବକ । ରଥ ନିର୍ମାଣ ପାଇଁ ମହାରଣାମାନେ ମାପ ଚିହ୍ନ ଦେଇଛନ୍ତି । ସେଥିରେ ବିନ୍ଧ କାର୍ଯ୍ୟ ଜାରି ରହିଛି । ଦେବୀରଥର ଚାରିଗୋଚି ଚାରି ନାହାକା ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ଦୁଇଗୋଟି ଚାରି ନାହାକାର ନିର୍ମାଣ କାମ ଜାରି ରହିଛି । ତିନିରଥର ରୂପକାର ସେବକମାନେ ତିନିରଥର ସାଲଗୁଜ ଏବଂ ତିନିଗୁଜ ଗୁଡିକର ରୂପ ଖୋଦାଇ ଶେଷ କରି ଶେଷ ଦୁଇଟି ତିଖ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ