ଅଯୋଧ୍ୟାରେ ଖୁବ୍ ଜୋରସୋରରେ ଚାଲିଛି ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ । ଶହ ଶହ କାରୀଗର ଏହି କାର୍ଯ୍ୟରେ ନିୟୋଜିତ ହୋଇ ରହିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଶ୍ରୀରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ, ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ । ଯେବେ ମନ୍ଦିର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତ୍ତମାନ ଆକଳନ କରାଯାଉଛି ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ତେବେ ପରବର୍ତ୍ତୀ ମୁହୁର୍ତ୍ତରେ ଏଥିରେ ସଂଶୋଧନ ହୋଇପାରେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ