ଅମୃତପାଲ ସିଂହଙ୍କୁ ଏଯାଏଁ ପଞ୍ଜାବ ପୋଲିସ କାବୁ କରିବାରେ ସକ୍ଷମ ହୋଇପାରିନାହିଁ । ମାର୍ଚ୍ଚ ୧୮ରୁ ପୋଲିସ ଟ୍ରାକ୍ କରୁଥିବା ବେଳେ ତାକୁ ଧରିପାରିନାହିଁ । ଏହାମଧ୍ୟରେ ରାଜ୍ୟ ସରକାର ଅମୃତପାଲ ମାମଲାରେ ସମ୍ପୃକ୍ତି ନେଇ ୮ ଅଧିକାରୀଙ୍କୁ ବଦଳି କରିଛନ୍ତି । ହେଲେ ଏବେ ଖବର ଆସୁଛି ଅମୃତପାଲ ହୋସିୟାରପୁର ଜିଲ୍ଲାରେ ଅଛି । ସେ ନିଜ ସାଥି ପପଲପ୍ରୀତ ସିଂହ ସହ ଛପି ରହିଛି । ଖବରକୁ ନଜର ରଖି ଯବାନ ମାନେ ବିବି ପଣ୍ଡୋରି ଗାଁରେ ତଲାସୀ ଜାରି ରଖିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହୋସିୟାରପୁରର ଏସଏସପି ଓ ଏଡିଜିପି ଗାଁରେ ପହଞ୍ଚି ପ୍ରତି ଘରେ ଘରେ ଯାଞ୍ଚ କରୁଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ