ସିବିଆଇରେ ହାଜର ହେବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ହାଜର ହେବେ । ସେପଟେ ସିବିଆଇର ନୋଟିସକୁ ବିରୋଧ କରି ଆପ୍ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପଦର୍ଶନ କରାଯାଇଛି । ସିସୋଦିଆଙ୍କ ଘର ଆଗରେ ଶହ ଶହ ସମର୍ଥକ ଏକାଠି ହୋଇଥିଲେ । ଘରୁ ବାହାରି ସିସୋଦିଆ ସମର୍ଥକଙ୍କ ସହ ରାଲି କରି ରାଜଘାଟ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ସିବିଆଇ କାର୍ଯ୍ୟାଳୟ ଅଭିମୁଖେ ଯାଇଛନ୍ତି । ସିସୋଦିଆ କହିଛନ୍ତି ସେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ଜେଲ ଯିବା ପାଇଁ ତାଙ୍କର ଭୟ ନାହିଁ । ମିଛ ମାମଲାରେ ଜେଲ ଯିବା କିଛି ନୂଆ କଥା ନୁହଁ । କିଛି ଦିନ ଜେଲରେ ରହିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ସିସୋଦିଆ । ବିଜେପକୁ ରାହୁଲ ଗାନ୍ଧୀ ନୁହେଁ କେଜ୍ରିୱାଲ ଭୟ ଘାରିଛି ବୋଲି ସେ ଅଭିଯୋଗ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ