The Topmost

“The eyes believe themselves, the ears believe other people.”

ଜେଲ ମୁଲାକାତ୍ ଡାଏରୀ ଯାଞ୍ଚ

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା । ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଉ କିଛି ଜେଲ୍ ଅନ୍ତେବାସୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜେଲରେ ଗୋବିନ୍ଦଙ୍କୁ ଭେଟିଥିବା ଲୋକଙ୍କ ତାଲିକା ମଧ୍ୟ ଯାଞ୍ଚ କରିଛି ଟିମ୍ । ଏହା ସହ ଜେଲ ମୁଲାକାତ୍ ଡାଏରୀ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଗତ ୨୦ ତାରିଖ ପୂର୍ବରୁ କିଏ ଗୋବିନ୍ଦଙ୍କୁ ଦେଖା କରିବାକୁ ଆସିଥିଲେ, ସେନେଇ ଯାଞ୍ଚ କରାଯାଇଛି । ଘଟଣା ଦିନ ଗୋବିନ୍ଦଙ୍କୁ କେହି ଆତ୍ମହତ୍ୟା କରିବା ସମୟରେ ଦେଖିଛନ୍ତି କି । ଆତ୍ମହତ୍ୟା ପୂର୍ବରୁ ସେ କାହା ସହ କଥା ହୋଇଥିଲେ । ଏପରି ଅନେକ ପ୍ରଶ୍ନ ଜେଲ ଥିବା ବିଚାରାଧୀନ କଏଦୀଙ୍କୁ କ୍ରାଇମବ୍ରାଞ୍ଚ ପଚାରିଥିଲା ।