ଉତ୍ତର ମେକ୍ସିକୋ ସହରର ଏକ ଜେଲରେ ଆଖିବୁଜା ଗୁଳି ମାଡ଼ । ଆତତାୟୀଙ୍କ ଗୁଳିମାଡରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ । ଗୁଳିମାଡ଼ ପରେ ଜେଲରୁ ୨୪ କଏଦୀ ଫେରାର ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ମଧ୍ୟ ହୋଇଛି । କିଛି ଅଜଣା ବନ୍ଧୁକଧାରୀ ଏକ ଗାଡିରେ ଆସି ଆଖିବୁଜା ଗୁଳି ମାଡ଼ କରିଥଲେ । ସିଉଦାଦ୍ ଜୁଆରେଜ୍ ସହରରେ ଥିବା ଜେଲ ଭିତରେ ପଶି ଆତତାୟୀ ଗୁଳି ମାଡ଼ କରିଥିଲେ । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଜେଲରେ ଆକ୍ରମଣ କରିବା ପୂର୍ବରୁ ଆତତାୟୀମାନେ ନଗରପାଳିକା ସହର ପୋଲିସ ଉପରକୁ ଫାୟାରିଂ କରିଥିଲେ । ତେବେ କିଏ ଓ କେଉଁ କାରଣ ପାଇଁ ଏହି ଗୁଳି ମାଡ଼ କରିଛି ସେନେଇ ତଦନ୍ତ କରୁଛି ପୋଲିସ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍