୨୮ ମାସ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦୀକୀ କପ୍ପନ । ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିଲେ କେରଳର ସାମ୍ବାଦିକ । ଲକ୍ଷ୍ନୌ ଜେଲରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଲକ୍ଷ୍ନୌ ସେସନ୍ କୋର୍ଟ ଜାମିନ ଅପିଲକୁ ଅନୁମୋଦନ ଦେଇଥିଲେ । ଦୁଷ୍କର୍ମ ପରେ ଜଣେ ଦଳିତ ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣାରେ ରିପୋର୍ଟ କରିବା ନିମନ୍ତେ ଉତ୍ତର ପ୍ରଦେଶର ହାଥରସକୁ ଯାଉଥିବା ବେଳେ ୨୦୨୦ ଅକ୍ଟୋବରରେ କପ୍ପନ ଓ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା । ଏହାସହ ନିଷିଦ୍ଧ କରାଯାଇଥିବା ସଙ୍ଗଠନ ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ ସହିତ ସେମାନଙ୍କର ସମ୍ପୃକ୍ତି ଥିଲା ଏବଂ ସେମାନେ ଘଟଣାସ୍ଥଳରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ