The Topmost

“The eyes believe themselves, the ears believe other people.”

ଜେଲରୁ ମୁକୁଳିଲେ ସଂଜୟ ରାଉତ

୧୦୦ ଦିନ ପରେ ଜେଲରୁ ମୁକୁଳିଲେ ସଂଜୟ ରାଉତ । ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଓତଙ୍କୁ ଜାମିନ ମିଳିଛି । ଅର୍ଥ ହେରଫେର ମାମଲାରେ ସଂଜୟ ରାଓତ ୧୦୦ ଦିନରୁ ଅଧିକ ହେବ ଜେଲରେ ରହିଥିଲେ । ପିଏମଏଲଏ କୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । କୋର୍ଟ ତରଫରୁ ସଂଜୟ ରାଉତଙ୍କ ସମେତ ଏହି ମାମଲାରେ ଅଭିଯୁକ୍ତ ଭାବେ ଜେଲରେ ଥିବା ପ୍ରବୀଣ ରାଉତଙ୍କୁ ବି ଜାମିନ ପ୍ରଦାନ କରିଛନ୍ତି । ପାତ୍ରାଞ୍ଚଳ ଜମି ଦୁର୍ନୀତି ମାମଲାରେ ଅଗଷ୍ଟ ମାସରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।