The Topmost

“The eyes believe themselves, the ears believe other people.”

ଜେଡିୟୁକୁ ବଡ଼ ଝଟକା; ଦଳ ଛାଡିଲେ ୫ ବିଧାୟକ

ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଜେଡିୟୁକୁ ବଡ଼ ଝଟକା । ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୫ ବିଧାୟକ । ତେବେ ଜେଡିୟୁ ଏହାକୁ ଅସାମ୍ବିଧାନିକ ବୋଲି କହି ଥିବାବେଳେ ବିଜେପି ଏହି ସମସ୍ତ ବିଧାୟକଙ୍କୁ ସ୍ୱାଗତ କରିଛି । ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ ଉଦ୍ଦୀନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏଣ ଖାଇଟେ ଏବଂ ଥାଙ୍ଗଜାମା ଅରୁଣ କୁମାର ସାମିଲ ଅଛନ୍ତି । ଜେଡିୟୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ୩୮ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏଥିମଧ୍ୟରୁ ୬ଟି ଆସନରେ ବିଜୟ ଲାଭ କରିଥିଲା । ଏବେ ୫ ବିଧାୟକଙ୍କ ଦଳ ଛାଡିବା ପରେ କେବଳ ଜଣେ ବିଧାୟକ ରହିଯାଇଛନ୍ତି । ଏନଡିଏ ମେଣ୍ଟରୁ ଜେଡିୟୁ ଅଲଗା ହେବା ନିଷ୍ପତ୍ତିରେ ନାରାଜ ଥିଲେ ଏହି ବିଧାୟକମାନେ । ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି ।