The Topmost

“The eyes believe themselves, the ears believe other people.”

ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା କରିଛନ୍ତି ଭାରତୀୟ ମହାକାଶ ଗବେଶଷଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଆୟୋଜିତ ଦିନିକିଆ ଓ୍ବାର୍କସପରେ ଏନେଇ ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର । ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ ହେବ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଶିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ ।