The Topmost

“The eyes believe themselves, the ears believe other people.”

ଜୁଲାଇରେ ଅଲ୍ଲୁ ଅର୍ଜୁନ ମାଲକାନଗିରି ଆସିପାରନ୍ତି

ଦିନେ ମାଲକାନଗିରି ଜିଲ୍ଲା ମାଓବାଦୀଙ୍କ ପାଇଁ ବଦନାମ ଥିଲା । ଆଉ ଆଜି ସେହି ଅପହଞ୍ଚ ଇଲାକା ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ । ୩୫୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ପୁଷ୍ପା ଏବେ ମାଲକାନଗିରି ମୁହାଁ ହୋଇଛି । ବଣ ପାହାଡ ଘେରା ଜଙ୍ଗଲ ଭିତରେ ପୁଷ୍ପାର ପୁରା ଟିମ୍ ଖୋଜି ବୁଲୁଛନ୍ତି ଭଲ ଭଲ ଲୋକେସନ । ଆଉ ମନ ପସନ୍ଦର ଜାଗା ମିଳିବା ପରେ ଅଭିନେତା ଅଲ୍ଲୁ ଅର୍ଜୁନ ଏଠାକୁ ସୁଟିଂ ପାଇଁ ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି କ୍ରିଉ ମେମ୍ବର । ସିଲେରୁ ନଈ କୂଳରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ରିଉ ମେମ୍ବର । ଉପାନ୍ତ ଅଞ୍ଚଳରେ ସୁପରହିଟ୍ ଫିଲ୍ମ ପୁଷ୍ପା-୨ର ହେବ ସୁଟିଂ । ଆସିବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏଥିପାଇଁ ଚାଲିଛି ଲୋକେସନ ଖୋଜା । କେଉଁଠି ଚନ୍ଦନ କାଠ ରହିବ, କେମିତି ପାର ହେବ ଏହିପରି କିଛି ସିନ୍ ପାଇଁ ଲୋକେସନ ଦେଖୁଛନ୍ତି କ୍ରିଉ ମେମ୍ବର । ଆଉ ଅଲ୍ଲୁ ଅର୍ଜୁନ ମଧ୍ୟ ଠିକଣା ବାବଦରେ ଦୂରରୁ ଥାଇ ସବୁକିଛି ନିରିକ୍ଷଣ କରୁଥିବା ସୂଚନା ରହିଛି ।