ଆଜିଠୁ ବନ୍ଦ ରହିବ ହାଇକୋର୍ଟ । ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି । ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ । ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ । କାଲି ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ । ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ସେହିପରି ଜୁନ୍ ୧ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବିପି ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜୁନ୍ ୬ ଓ ୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜୁନ୍ ୧୨ ଓ ୧୩ରେ ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି