Skip to content
- () ଆସନ୍ତା ଜୁନ୍ ୧୭ରେ ଓଡ଼ିଶା ଛୁଇଁବ ମୌସୁମୀ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ଆସନ୍ତା ୪ ଦିନରେ ମୌସୁମୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ପହଞ୍ଚିବ । ସୂଚନା ଅନୁସାରେ ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆସନ୍ତା ୧୭ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ । ତେବେ ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ସେପଟେ ଆସନ୍ତା ଜୁନ୍ ୧୪ ଯାଏଁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ । କିନ୍ତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା