August 10, 2025

ଜୁନ୍ ୧୨ରେ ହେବନି ବିରୋଧୀ ମେଳି

ଜୁନ ୧୨ରେ ହେବନି ବିରୋଧୀଙ୍କ ମହା ବୈଠକ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକ ଡକା ଯାଇଥିଲା। ପାଟନାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧିକାଂଶ ବିରୋଧୀ ଦଳଗୁଡ଼ିକ ଯୋଗ ଦେବାର ସମ୍ଭାବନା ଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ବୈଠକ ସ୍ଥଗିତ ହୋଇଯାଇଛି।  ଏ ସମ୍ପର୍କରେ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୂଚନା ଦେଇଛନ୍ତି। ଏଥିସହ ବୈଠକ ସ୍ଥଗିତ ହେବା ପଛରେ କଂଗ୍ରେସ ରହିଥିବା ସେ କହିଛନ୍ତି। ପାଟନାରେ ସେ କହିଛନ୍ତି ଯେ “ସବୁ ଦଳର ମୁଖ୍ୟଙ୍କ ସହ କଥା ହୋଇ ବୈଠକର ନୂଆ ତାରିଖ ଘୋଷଣା କରାଯିବ। ଆମେ ପ୍ରଥମେ ଜୁନ ୧୨ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ କଂଗ୍ରେସ ଓ ଆଉ ଗୋଟିଏ ଦଳ ଏହି ତାରିଖ ଉପଯୁକ୍ତ ହେଉ ନଥିବା ମୋତେ ଜଣାଇଥିଲେ। ତେଣୁ ମୁଁ ବୈଠକକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

SHARE BY