ଚଳିତ ବର୍ଷ ଜୁନରେ ଦେଶରେ ମୋଟ୍ ୧ କୋଟି ୪୪ ହଜାର ୬୧୬ କୋଟିର ଜିଏସଟି ଆଦାୟ ହୋଇଛି । ପୂର୍ବବର୍ଷ ଜୁନ୍ ମାସ ତୁଳନାରେ ଏହା ୫୬ ପ୍ରତିଶତ ବୃଦ୍ଧି ହୋଇଛି । ଜିଏସଟି ଲାଗୁ ହେବା ପରଠାରୁ ୫ଥର ପାଇଁ ଏହାର ଆଦାୟ ୧ କୋଟି ୪ ଲକ୍ଷ ଟଙ୍କା ପାର କରିଛି । ଚଳିତ ଜୁନରେ ଆଦାୟ ହୋଇଥିବା ଜିଏସଟି ମଧ୍ୟରୁ କେନ୍ଦ୍ର ଜିଏସଟି ପରିମାଣ ୨୫ ହଜାର ୩୦୬ କୋଟି ଟଙ୍କା ଥିବାବେଳେ ରାଜ୍ୟ ଜିଏସଟି ୩୨ ହଜାର ୪୦୬ କୋଟି ରହିଛି । ସମନ୍ୱିତ ଜିଏସଟି ପରିମାଣ ୭୫ ହଜାର ୮୮୭ କୋଟି ଟଙ୍କା ଓ ସେସ୍ ବାବଦ ୧୧ ହଜାର ୧୮ କୋଟି ଟଙ୍କା ରହିଛି । ତେବେ ଚଳିତ ଜୁନ୍ ମାସରେ ଓଡ଼ିଶାରୁ ୩ ହଜାର ୯୬୫ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ୨୦୨୧ ଜୁନରେ ଏହି ପରିମାଣ ୩ ହଜାର କୋଟି ଥିଲା । ଏକ୍ଷେତ୍ରରେ ୩୨ ପ୍ରତିଶତ ଅଭିବୃଦ୍ଧି ଦେଖାଦେଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍