ରଜୋରୀର ଡଙ୍ଗୋରୀରେ ଲୋକଙ୍କୁ ଏସଏଲଆର୍ ଭଳି ରାଇଫଲ୍ ବଣ୍ଟା ଯାଉଛି । ଏହା ସହିତ ଲୋକଙ୍କୁ ରାଇଫଲ୍ ଚଲାଇବାର ଟ୍ରେନିଂ ମଧ୍ୟ ଦିଆଯାଉଛି । ଜମ୍ମୁ-କାଶ୍ମୀରରେ ୭ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତ୍ତାବରଣ ଖେଳିଯାଇଛି । ତେଣୁ ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ଏବେ ସାଧାରଣ ଲୋକଙ୍କ ହାତରେ ହତିଆର୍ ଦିଆଯାଉଛି । ଡଙ୍ଗରୀ ସରପଞ୍ଚଙ୍କ କହିବା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପୂର୍ବତ୍ତନ ସୈନିକଙ୍କ ୧୦ଟି ରାଇଫଲ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଛି । ଏବଂ ତାଙ୍କୁ ରାଇଫଲ ଚଲାଇବାର ଟ୍ରେନିଂ ମଧ୍ୟ ଦିଆଯାଉଛି । ବର୍ତ୍ତମାନ ଯେଉଁମାନଙ୍କୁ ହତିଆର୍ ଦିଆଯାଇଛି ସେମାନେ ଗାଁର ସୁରକ୍ଷା ନିମନ୍ତେ ଭିଲେଜ୍ ଡିଫେନ୍ସ କମିଟିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସିଆରପିଏଫଙ୍କ ଦ୍ୱାରା ଗ୍ରାମ ବିକାଶ ସମିତିର ଲୋକଙ୍କୁ ବନ୍ଧୁକ ଚଲାଇବା ଟ୍ରେନିଂ ଦିଆଯାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ