The Topmost

“The eyes believe themselves, the ears believe other people.”

ଜୀବନ ବଞ୍ଚାଇବାକୁ ଲୋକଙ୍କ ଉଦ୍ୟମ

ତୁର୍କୀରେ ପୁଣି ଭୂମିକମ୍ପ ଝଟକା । ଏଥର ୪.୭ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କୀ । ୟୁଏସ୍ ଜିୟୋଲୋଜିକାଲ ସର୍ଭେ ମୁତାବକ, ତୁର୍କୀର କହରାମନମରାସ ସହରର ୨୪ କିଲୋମିଟର ଦକ୍ଷିଣରେ ଭୂମକମ୍ପର କେନ୍ଦ୍ରସ୍ଥଳ ପାଲଟିଛି । ଫଳରେ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି ଅଳ୍ପକେ ବର୍ତ୍ତିଯାଇଥିବା ଲୋକେ । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍‌ବୁଲ୍‌, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ରବିବାର ଦିନ ତୁର୍କୀ ଏୟାର୍‌ଲାଇନ୍‌ସ୍‌ ଏବଂ ପେଗାସସ୍‌ ଏୟାର୍‌ଲାଇନ୍‌ସ୍‌ ମାଗଣାରେ ଟିକେଟ୍‌ ଯୋଗାଇ ଦେବାକୁ ଘୋଷଣା କରିଛି ।