ମଧ୍ୟ ପ୍ରଦେଶ ଗୁନାରେ ଭୟଙ୍କର ଦୁର୍ଘଟଣା । ଏକ ଡମ୍ପର ସହ ଧକ୍କା ହୋଇ ଯାତ୍ରୀବାହୀ ବସରେ ନିଆଁ ଲାଗିବାରୁ ଜୀବନ୍ତ ଜଳିଗଲେ ୧୧ ଯତ୍ରୀ । ପାଖାପାଖି ୧୪ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ସୂଚନା ମୁତାବକ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ଗୁନାରୁ ଆରୋନ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ ଖବର ପାଇ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ