ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ । ଏହାପରେ ସେ ଧନ୍ୟବାଦ ଜଣାଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆୱାର୍ଡ ସମର୍ପିତ କରିଛନ୍ତି । ୪ କୋଟି ଓଡିଆଙ୍କ ଆଶୀର୍ବାଦ ପାଇଁ ୨୨ ବର୍ଷ ମୁଁ ସେମାନଙ୍କ ସେବାରେ ରହିଛି । ଦିଲ୍ଲୀରେ ଆୟୋଜିତ ପୁରସ୍କାର ସମାରୋହରେ ଓଡିଶାର ବିକାଶ କଥା କହିଛନ୍ତି ନବୀନ । ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ କରିଥିବାରୁ କ୍ୟାପିଟାଲ ଫାଉଣ୍ଡେସନକୁ ବି ଧନ୍ୟବାଦ ଜଣାଇଛନ୍ତି ନବୀନ । ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାମ କରୁଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରୁଥିବା କ୍ୟାପିଟାଲ ଫାଉଣ୍ଡେସନର ପଦକ୍ଷେପକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ନବୀନ । ସେହିପରି ଜଷ୍ଟିସ ଏନ ଭି ରମଣା ଓ ଏକେ ପଟ୍ଟନାୟକଙ୍କୁ ନବୀନ ବିନମ୍ର କୃତଜ୍ଞତା ଜଣାଇଛନ୍ତି । ସେପଟେ ସମ୍ମାନ ଜିଣିବା ପରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରବାସୀ ଓଡିଆ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା