The Topmost

“The eyes believe themselves, the ears believe other people.”

ଜି-20 ବୈଦେଶିକ ମନ୍ତ୍ରୀଙ୍କ ବୈଠକ

ଆଜି ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ଙ୍କୁ ସାକ୍ଷାତ କରିଛନ୍ତି । ପ୍ରଥମେ ଜୟଶଙ୍କର ରାଷ୍ଟ୍ରପତି ଭବନର କଲ୍‌ଚୁରାଲ୍‌ ସେଣ୍ଟର୍‌ରେ ବ୍ଲିଙ୍କେନ୍‌ଙ୍କୁ ଭେଟିଥିଲେ ।  ପରେ ଜୟଶଙ୍କର ମଧ୍ୟାହ୍ନରେ କ୍ବିନ୍‌ଙ୍କୁ ଭେଟିବେ । କିନ୍‌ ହେଉଛନ୍ତି ଚୀନ୍‌ର ରାଷ୍ଟ୍ରପତି ସି ଜିଙ୍ଗ୍‌ପିନ୍‌ଙ୍କ ଘନିଷ୍ଠ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ।