The Topmost

“The eyes believe themselves, the ears believe other people.”

ଜି-୨୦ ସମ୍ମିଳନୀ ସମ୍ମିଳନୀ ପୂର୍ବରୁ ଚୀନ୍ ର ଚାଲ୍

ସୀମା ବିବାଦକୁ ନେଇ ଭାରତକୁ ଉସୁକାଉଛି ଚୀନ । ସପ୍ତାହେ ପରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଔଦ୍ଧତ୍ୟ ଦେଖାଇଛି ପଡ଼ୋଶୀ ରାଷ୍ଟ୍ର । ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରି ଅରୁଣାଚଳ ଓ ଅକସାଇ ଚୀନକୁ ନିଜର ବୋଲି ଦାବି କରିଛି ଡ୍ରାଗନ । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହି ମ୍ୟାପ ଜାରି କରିଛି । ଯେଉଁଥିରେ କେବଳ ଅରୁଣାଚଳ ପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ମଧ୍ୟ ରହିଛି । ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି । ୧୯୬୨ ଯୁଦ୍ଧ ପରେ ଅରୁଣାଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡି ଆସିଥିଲା । ସେହି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି । ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ଚୀନ । ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ହୋଇଥିଲା । କିନ୍ତୁ ଭେଟଘାଟର କିଛି ଦିନ ପରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।