The Topmost

“The eyes believe themselves, the ears believe other people.”

ଜି-୨୦ ସମ୍ମିଳନୀରେ ବଡ଼ ସଫଳତା

ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀରେ ବଡ଼ ସଫଳତା । ସମ୍ମଳିନୀରେ ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି । ଏହାର ଅର୍ଥ ଘୋଷଣାପତ୍ରରେ ଥିବା ସବୁ କଥାରେ ଓ ଯୋଜନାରେ ଜି-୨୦ ରାଷ୍ଟ୍ରଗୁଡ଼ିକ କୌଣସି ପ୍ରକାରର ଆପତ୍ତି ଉଠାଇ ନାହାନ୍ତି । ସଦସ୍ୟଙ୍କ ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ଯେ ଏହାକୁ ସ୍ୱୀକାର କରିନିଆଯାଇଛି । ଏହି ଅବସରରେ ମୁଁ ନିଜ ମନ୍ତ୍ରୀ, ଶେରପା ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବାକୁ ଚାହୁଁଛି ଯେଉଁମାନେ ନିଜର କଠୋର ପରିଶ୍ରମ ଦ୍ୱାରା ଏହାକୁ ସମ୍ଭବ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୟୁକ୍ରେନ ସଂଘର୍ଷ ସହ ସମ୍ବନ୍ଧିତ ପାରାଗ୍ରାଫ ଉପରେ ସାଧାରଣରେ ସହମତି ହୋଇପାରିନଥିଲା । ଏହି କାରଣରୁ ଭାରତ ଶୁକ୍ରବାର ସକରାତ୍ମକ ନିଷ୍କର୍ଷ ବାହାର କରିବାର ପ୍ରୟାସରେ ଭୂ-ରାଜନୀତିକ ସମ୍ବନ୍ଧୀୟ ପାରାଗ୍ରାଫ ବିନା ହିଁ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଶିଖର ସମ୍ମିଳନୀ ଘୋଷଣା ପତ୍ରର ମସୁଧା ବାଣ୍ଟିଥିଲା । ଯାହାକି ସର୍ବସମ୍ମତିକ୍ରମେ ପ୍ରକାଶ ପାଇଥିଲା ।