ଜମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ନିଜେ ହତ୍ୟାର ଶିକାର ହୋଇଛି । ସୀମା ଆରପାରିକୁ ଆସିଥିବା ଖବରରୁ ଜଣାପଡିଛି ଯେ ଆତଙ୍କବାଦୀଙ୍କ ମୃତଦେହ ତାଙ୍କ ଘରେ ପାକିସ୍ଥାନ ଅଧିକୃତ ଜମ୍ମୁକାଶ୍ମୀରରୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଦେହର ମୁଣ୍ଡ କାଟି ଦିଆଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଭାରତର ଆଉ ଏକ ଶତ୍ରୁ ପୃଥିବୀ ପୃଷ୍ଠରୁ ହଟି ଯାଇଛି ।
ମୃତ୍ୟୁବରଣ କରିଥିବା ଏହି ଜିହାଦିର ନାମ ଖ୍ୱାଜା ସହିଦ ବୋଲି କୁହାଯାଇଛି । ସୀମା ଆରପାରିକୁ ଆସିଥିବା ଖବର ମଧ୍ୟ ଦର୍ଶାଉଛି ଯେ ଏହି ଜିହାଦି ଖ୍ୱାଜାକୁ ନିକଟରେ ଅପହରଣ କରାଯାଇଥିଲା । ବର୍ତ୍ତମାନ ତା ମୃତଦେହ ମିଳିବା ପରେ ପାକିସ୍ତାନର ସୁରକ୍ଷା ଏଜେନ୍ସିମାନେ ଚିନ୍ତାରେ ପଡି ଯାଇଛନ୍ତି । ଖ୍ୱାଜା ସେହି ଇସଲାମିକ ଜିହାଦୀ ଯିଏ ୨୦୧୮ ରେ ସୀମା ସେପଟେ ଥିବା ତା ଜିହାଦି ମାଷ୍ଟରଙ୍କ ନିର୍ଦ୍ଦେଶରେ ଜାମ୍ମୁରେ ଏକ ସାମରିକ ଶିବିର ଉପରେ ଆକ୍ରମଣ ଯୋଜନା କରିଥିଲା ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ