ମୁଁ ଇସ୍ତଫା ଦେଇନି, ଜିଲ୍ଲା ସଭାପତି ରହିଛି ଏବଂ ରହିବି । ଏହିଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ମୁହଁ ଖୋଲି ଏହିଭଳି ସେ କହିଛନ୍ତି । ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ନୂଆ ପିସିସି ଗଠନରେ ବାଲିପାଟଣାର ଜଣଙ୍କୁ ସଭ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ତାଙ୍କୁ ସଭ୍ୟ କରାଯାଇ ନାହିଁ । ମୁଁ ନୁହେଁ, ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚାହିଁଲେ ବି ଶହେକୁ ଶହେ ସଭ୍ୟ ହୋଇ ପାରିବେ ନାହିଁ । ତେବେ ମୁଁ ଜିଲ୍ଲା ସଭାପତି ରହିଛି ଏବଂ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ