ରାଜ୍ୟରେ ଆଜିଠୁ କଡ଼ାକଡ଼ି ହେବ ଯାଞ୍ଚ । ଜିରୋ କାଜୁଆଲିଟି ଉପରେ ଫୋକସ । ସ୍କୁଲ ଛାତ୍ରଛାତ୍ରୀ ଉପରେ ରହିବ କଡ଼ା ନଜର । ନାବାଳକଙ୍କୁ ଗାଡ଼ି ଦେଉଥିଲେ ସାବଧାନ । ମୋଟର ଆଇନ 19-A ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ ଫାଇନ । ଏହାସହ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡ଼ିପାରେ ଜେଲ । ଏହା ସହିତ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଗାଡ଼ି ଲାଇସେନ୍ସ । ମୁଖ୍ୟତଃ ଗାଡ଼ି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତାରେ ଯେପରି ଦୁର୍ଘଟଣାରେ କାହାର ଜୀବନ ଯିବନି ସେଥିପ୍ରତି ସତର୍କ ହୋଇଛି ପରିବହନ ବିଭାଗ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍