କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଗୁଜରାଟ ବାଲସାଡ ନିକଟରେ ଥିବା ଜିଆଇଡିସି କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଭାବେ ନିଆଁ ଲାଗିଛି । ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ ଉକ୍ତ ଅଗ୍ନିକାଣ୍ଡରେ କେତେ ଆହତ ହୋଇଛନ୍ତି ବା କେତେ ଲୋକଙ୍କର ମୃତ୍ୟୁ ହୋଇଛି ସେନେଇ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ଅନ୍ୟପଟେ ନିଆଁକୁ ଆୟତ କରିବା ପରେ ନିଆଁ ଲାଗିବାର କାରଣ ଖୋଜାଯାଉଛି । ସେପଟେ ଏହା ଏକ କେମିକାଲ ଫ୍ୟାକ୍ଟ୍ରି ହୋଇଥିବାରୁ ନିଆଁ ଲାଗିବା ପରେ ଯେଉଁ ବିଷାକ୍ତ ଗ୍ୟାସ ଓ ଧୂଆଁ ବାହାରିଛି ସେଥିରେ ସ୍ଥାନୀୟ ଲୋକ ଅଣନିଶ୍ୱାସୀ ହୋଇପଡିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ