The Topmost

“The eyes believe themselves, the ears believe other people.”

ଜାମ୍ମୁ-କାଶ୍ମୀର ସୁରକ୍ଷାବଳକୁ ବଡ଼ ସଫଳତା, ଦୁଇ ଆତଙ୍କୀ ନିପାତ

() ଟାର୍ଗେଟ କିଲିଂ ପରେ ଆକ୍ସନ ମୋଡରେ ସେନା । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତ ୨୪ ଘଣ୍ଟାରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । କୁପଓ୍ୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ ବେଳେ ଜଣେ ପାକିସ୍ତାନୀ ସମେତ ଦୁଇ ଜଣ ନିହତ ହୋଇଛନ୍ତି । ନିହତ ଦୁଇ ଆତଙ୍କୀ ଲସ୍କର-ଏ-ତୋଏବାର ସଦସ୍ୟ ବୋଲି କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟର ପରେ ପୂରା ଏରିଆକୁ ସୁରକ୍ଷା କର୍ମୀ ଘେରି ରହିଥିବାବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ସେହି ଅଞ୍ଚଳରେ ଅନ୍ୟ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଏନେଇ କଶ୍ମୀର ଜୋନ ପୁଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ଯେ କୁପୱାରା ସେକ୍ଟରର ଚାକରାଣ୍ଡି କାଣ୍ଡି ଅଞ୍ଚଳରେ ସୁରକ୍ଷା ବାହିନୀ ପଇଁତରା ମାରୁଥିବାବେଳେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା ହୋଇଥିଲା ।

https://thetopmost.in/different-rule-for-wedding-guest/

https://thetopmost.in/how-to-apply-sunscreen-lotion-to-your-face/