କଂଗ୍ରେସକୁ ପୁଣି ଝଟ୍କା ଦେଲେ ଆଜାଦ୍ । ଜାମ୍ମୁ କାଶ୍ମୀରରେ ହାତ ଛାଡିଲେ ୫୧ ନେତା । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡ଼ିବା ପରେ ତାଙ୍କ ସମର୍ଥକମାନେ ଦଳରୁ ଇସ୍ତଫା ଦେଇଛନ୍ତି । ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅବଦୁଲ ମଜିଦ ଓ୍ବନି, ମନୋହରଲାଲ ଶର୍ମା, ଘରୁରାମ ଓ ପୂର୍ବତନ ବିଧାୟକ ବଲଓ୍ବନ ସିଂଙ୍କ ସମେତ ୫୧ଜଣ ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି । ତେବେ ସେମାନେ ଗୁଲାମ ନବୀଙ୍କ ନୂଆ ଦଳରେ ସାମିଲ ହୋଇ ନିର୍ବାଚନ ଲଢ଼ିବେ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି । ୫୧ନେତା ଏକକାଳୀନ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ