ଜାମ୍ମୁ-କାଶ୍ମୀରର କିଶତୱାଡ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଗୋଟିଏ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାରୀ ସୂଚନା ମୁତାବକ କିଶତୱାଡ ଜିଲ୍ଲା ଦଚ୍ଚନ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ସକାଳ ୮.୩୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ଦୁର୍ଘଟଣା ସ୍ଥଳକୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ଡାଙ୍ଗଦୁରୁ ପରିଯୋଜନା ସ୍ଥଳରେ ଏଭଳି ଦୁର୍ଘଟଣା ହୋଇଛି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା