The Topmost

“The eyes believe themselves, the ears believe other people.”

ଜାମ୍ମୁ ଓ କାଶ୍ମୀରରେ NIA ରେଡ

ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ । ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଦକ୍ଷିଣ କାଶ୍ମୀରର ପୁଲୱାମା, ସୋପିଆନରେ ଜୋରଦାର ଚଢାଉ ହୋଇଛି । ମୋଟ ୧୩ଟି ସ୍ଥାନରେ ଚଢାଉ ଚାଲିଛି। ବଡଗାଓଁ, ସୋପିଆନ, ପୁଲୱାମା, ଶ୍ରୀନଗର, ଅନନ୍ତନାଗ ଅଞ୍ଚଳରେ ରେଡ ଚାଲିଛି। ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଆସୁଛି । ମେ’ ୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ ମଧ୍ୟ କରିଥିଲା । ଶୀପୁରାର ଅବଦ୍ଦୁଲ ଖଲିକ, ସୟଦ କରିମର ଜାଭିଦ ଅହମଦ ଧୋବୀ, ସାଙ୍ଗ୍ରୀ କଲୋନିର ସୋଏବ ଅହମଦ ଚୁରଙ୍କ ଘରେ ଛାପା ମାରିଥିଲା ଏନଆଇଏ । ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢାଉ କରିଥିଲା ।