ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ । ରାଜଧାନୀ ଉପକଣ୍ଠ ଜାମୁଝରିକୁ ଝାରପଡ଼ା ଜେଲ ଉଠିଯିବା ପରେ ଏଥିରେ ଅଣାଯିବ ସଂସ୍କାର । ୫୦ ଏକର ପରିମିତ ଅଞ୍ଚଳରେ ହେବ ଭୁବନେଶ୍ୱର ମଡେଲ ଜେଲ । ଦେଶର ସବୁଠୁ ଅତ୍ୟାଧୁନିକ ଡିଜାଇନରେ ଜେଲ ହେବ । ନୂଆ ଜେଲରେ ବାୟୋମ୍ୟାଟ୍ରିକ ସିଷ୍ଟମ ରହିବା ସହ ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ । ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ କରିବ ପୋଲିସ ହାଉସିଂ କର୍ପୋରେସନ । ଏହି ଜେଲର ପ୍ଲାନ ଦେଉଥିବା ଆର୍କିଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଏବଂ ୱାର୍ଡର ହେବ ବ୍ୟବସ୍ଥା । ଓପନ ଜିମ୍, ଚିଲଡ୍ରେନ ପାର୍କ, ପ୍ଲେ ଗ୍ରାଉଣ୍ଡ ଜେଲ ପରିସରରେ ରହିବ । ଜେଲ ଭିତରେ ରହିବ ୧୨୦ ବେଡର ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର । ଜେଲ ଭିତରେ ଅନ୍ତେବାସୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ । ଫୁଡ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ । ମିଲେଟ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ । ଜେଲ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ହେବ ଅଭିନବ ପ୍ରୟାସ । 5T ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା