The Topmost

“The eyes believe themselves, the ears believe other people.”

java-plum

ଜାମୁକୋଳି ର ଉପକାରୀତା

ଜାମୁକୋଳିକୁ ବା କିଏ ନଜାଣେ? ଗାଁ ଗଣ୍ଡା, ସହର ବଜାର ରାସ୍ତା କଡ଼ରେ ଏଇ ଗଛ ଦେଖିବାକୁ ମିଳେ । ଜାମୁକୋଳି ଖାଇବା ପାଇଁ ପିଲାମାନେ ଜାମୁ ଗଛ ମୂଳରେ ରୁଣ୍ଡ ହୋଇଯାନ୍ତି । ସେହି ସୁଆଦିଆ ଜାମୁ ଗଛର ପ୍ରତ୍ୟେକ ଅଂଶରେ ଯେ ଔଷଧୀୟ ଗୁଣ ରହିଛି । ଯାହା ଶରୀର ପାଇଁ ବେଶ୍‌ ଲାଭ ଦାୟକ । ଜାମୁରେ ଆଇରନ ଓ ଜୀବସାର ଥାଏ । ରକ୍ତହୀନତା ରୋଗ ପାଇଁ ଅମୃତଏ ଏହା ତୁଲ୍ୟ । ହୃଦରୋଗ, ମଧୁମେହ ରୋଗ, ଶେ୍ୱତଶ୍ରାବ ରୋଗ, ଦାନ୍ତ ମାଢିର ଯନ୍ତ୍ରଣା, ବଦ ହଜମି ଓ କୋଷ୍ଠକାଠିନ୍ୟ ରୋଗ ପାଇଁ ଏହା ବ୍ୟବହାର ହୋଇଥାଏ । ଜାମୁ ଗୋଟିଏ ଗ୍ରୀଷ୍ମ ଦିନିଆ କୋଳୀ । ପିଲାରୁ ବୁଢ଼ା ସମସ୍ତଙ୍କର ଅତି ପ୍ରିୟ । ତେେବେ ଏହା ଯେତିକି ଉପକାରୀ ଯଦି ଏହାକୁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରାଯାଏ ତେବେ ଏହି ଜାମୁର ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ଅଛି । ଏହା ରକ୍ତ ଶର୍କରାକୁ କମାଇଥାଏ ।

ତେଣୁ କିଛିଦିନ ସେବନ କରି ରକ୍ତ ପରୀକ୍ଷା କରିବା ଜରୁରୀ । ଯଦି ଆପଣଙ୍କର କିଛି ଅସ୍ତ୍ରୋପଚାର ବା ଅପରେସନ ହେବାର ଅଛି ବା ହୋଇଛି ତେବେ ଏହାକୁ କିଛିଦିନ ସେବନ ବନ୍ଦ କରିବା ଦରକାର । ଖାଲି ପେଟରେ ଜାମୁ ସେବନ ନକରି ଖାଇବାର କିଛି ସମୟ ପରେ ଖାଇ ପାରିବେ । ଜାମୁ ସେବନର ଘଣ୍ଟାଏ ପରେ ବା ପୂର୍ବରୁ କ୍ଷୀର ପିଇବା ସମ୍ପୂର୍ଣ୍ଣ ମନା । ଆଜିକାଲି ବହୁତ ଲୋକଙ୍କର ପାଇଲସ୍‌ ରୋଗ ମଧ୍ୟ ହେଉଛି । ତେବେ କିଛି ଦିନ ନିୟମିତ ଜାମୁରସ ସେବନ ଦ୍ୱାରା ଏହି ରୋଗରୁ ଉପଶମ ମିଳେ । ତେବେ ଏହି ବୃକ୍ଷଟି ଅତ୍ୟନ୍ତ ଉପକାରୀ ଔଷଧୀୟ ତେଣୁ ଏହାର ଯତ୍ନ ନିହାତି ଆବଶ୍ୟକ । ସବୁଆଡେ କଙ୍କ୍ରିଟ୍‌ ଜଙ୍ଗଲ ଦ୍ୱାରା ଏପରି ଔଷଧୀୟ ବୃକ୍ଷ ଧ୍ୱଂସ ମୂଖକୁ ଗତି କରୁଛି ।

java-plum

https://thetopmost.in/?p=764

https://thetopmost.in/?p=2142

https://thetopmost.in/?p=1531

https://thetopmost.in/?p=755