The Topmost

“The eyes believe themselves, the ears believe other people.”

ଜାମିନ ବିହୀନ ଗିରଫ ପରୱାନା ଜାରି 

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ । ଗତ ମେରେ ଇମ୍ରାନଙ୍କୁ ଗିରଫ କରିବା ପରେ ପାକିସ୍ତାନରେ ହଙ୍ଗାମା ହୋଇଥିଲା । ଏବେ ପୁଣି ପିଟିଆଇ ମୁଖିଆ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ନିର୍ବାଚନ କମିସନ । ସମନ ସତ୍ତ୍ୱେ ହାଜର ନହେବାରୁ ଅବମାନନା ମାମଲାରେ ପାକିସ୍ତାନ ନିର୍ବାଚନ କମିସନ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଇସିପି ବା ଇଲେକ୍ସନ କମିସନ ଅଫ ପାକିସ୍ତାନ ଇମ୍ରାନଙ୍କୁ ଗିରଫ କରି ଆଜି ସକାଳ ୧୦ ଟା ସୁଦ୍ଧା ହାଜର କରିବାକୁ ଇସଲାମାବାଦ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପାକିସ୍ତାନ ନିର୍ବାଚନ କମିସନଙ୍କ ଶୁଣାଣିରେ ଲଗାତାର ଇମ୍ରାନ ଅନୁପସ୍ଥିତ ରହିଥିଲେ । ଜାନୁୟାରୀ ୧୬ରେ ସମନ ସତ୍ୱେ ଇମ୍ରାନ ହାଜର ହୋଇନଥିଲେ । ଏହା ଛଡା ନିର୍ବାଚନ କମିସନଙ୍କ ବିରୋଧରେ କଟୁ ଓ ଅମର୍ଯ୍ୟାଦାପୂର୍ଣ୍ଣ ଭାଷା ବ୍ୟବହାର ଅଭିଯୋଗରେ ଇମ୍ରାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ସୂଚନା ।