ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଗଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲର ନିୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି । ସୂଚନା ଅନୁସାରେ ୨୦୨୦ରେ ପାଟଣାଗଡ଼ ଅତିରିକ୍ତ ଦୌରା ଜଜଙ୍କ ଅଦାଲତରେ ଜାମିନ ଖାରଜ ହେବା ପରେ ପୁଞ୍ଜିଲାଲ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ପୋରଣ ଘଟିଥିଲା । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବାବେଳେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ମାମଲା ରୁଜୁ କରିଥିଲା । ୨୦୧୮ମାର୍ଚ୍ଚ ୨୩ ତାରିଖରେ କ୍ରାଇମବ୍ରାଞ୍ଚକୁ ମାମଲା ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲା । ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତ ଭଈଁସା କଲେଜର ଇଂରାଜି ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ୨୦୧୮ ଏପ୍ରିଲ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା