The Topmost

“The eyes believe themselves, the ears believe other people.”

U.S. President Joe Biden, Germany's Chancellor Olaf Scholz, Britain's Prime Minister Rishi Sunak, European Commission President Ursula von der Leyen, President of the European Council Charles Michel, Italy's Prime Minister Giorgia Meloni, Canada's Prime Minister Justin Trudeau, France's President Emmanuel Macron and Japan's Prime Minister Fumio Kishida attend a working lunch meeting at G7 leaders' summit in Hiroshima, western Japan May 19, 2023, in this handout photo released by Ministry of Foreign Affairs of Japan. Ministry of Foreign Affairs of Japan/HANDOUT via REUTERS

ଜାପାନ ହିରୋସୀମାରେ ଜି-୭ ସମ୍ମିଳନୀ

ଜାପାନ ହିରୋସୀମାରେ ଜି-୭ ସମ୍ମିଳନୀ । ଏକାଠି ହୋଇଛନ୍ତି ବିଶ୍ବର ୭ଟି ଧନଶାଳୀ ରାଷ୍ଟ୍ରର ମୁଖ୍ୟ । ବୈଠକ ଆରମ୍ଭ ପୂର୍ବରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ନାଗରିକଙ୍କ ସ୍ମୃତିରେ କରାଯାଇଥିବା ପିସ୍ ମୋମୋରିଆଲ ପାର୍କରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ ପରିବେଶ ସୁରକ୍ଷା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରାଷ୍ଟ୍ରମୁଖ୍ୟମାନେ ଚାରା ରୋପଣ ମଧ୍ୟ କରିଥିଲେ । ଆସନ୍ତା ୨୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରାଯିବ । ଏହାସହ ଚୀନ ଓ ଋଷର ଆଭିମୁଖ୍ୟକୁ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯିବ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ପଶ୍ଚିମୀ ରାଷ୍ଟ୍ରଗୁଡ଼ିକ ନିନ୍ଦା କରୁଥିବା ବେଳେ ମସ୍କୋ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରସ୍ତାବ ଦେଇପାରନ୍ତି । ବୈଠକ ଆରମ୍ଭ ପୂର୍ବରୁ ଋଷର ହୀରା ଉପରେ ବ୍ୟାନ ଲଗାଇବାକୁ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଜି-୭ ସମ୍ମିଳନୀରେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ସାମିଲ ହୋଇପାରନ୍ତି ।